Nomination Filled at Atabira NAC Election

842 views

ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ଆଗାମୀ ଏପ୍ରିଲ 3 ତାରିଖ ରେ ଥିବାବେଳେ ଆଜି 17,3,2018ରେ ପ୍ରାର୍ଥୀ ଫୋର୍ମ ଓ ନୋମିନସନ ଦାଖଲ ର ଶେଷ ତାରିଖ ଥିଲା । ଆଜି କଂଗ୍ରେସ ଦଳ ସ୍ଥାନୀୟ ଶ୍ରୀ ରାମ ବାବା ମଠ ଠାରୁ ଏକ ବିଶାଳ ଶୋଭା ଯାତ୍ରା ରେ ବାହାରି ନଗର ପରିକ୍ରମା ସହ ସ୍ଥାନୀୟ ଦୁର୍ଗା ମନ୍ଦିର ଦର୍ଶନ ପରେ ନିର୍ବାଚନୀ କାର୍ଯ୍ୟାଳୟ ଠାରେ ବାକିଥିବା 3 ଟି ନାମାଙ୍କନ ପତ୍ର ଦାଖଲ କରିଥିଲା । ସେହିପରି ସ୍ୱାଧୀନ ପ୍ରାର୍ଥୀ 2ଟି ,ବିଜେଡି 1ଟି , ବିଜେପି 1ଟୀ ଓ ବହୁଜନ ସମାଜ ପାର୍ଟି 1ଟି ନାମାଙ୍କନ ପତ୍ର ଦାଖାଳକରି ସମୁଦାୟ 39ଟି ପ୍ରାର୍ଥୀ ଦାଖଲ ହୋଇଥିଲା। ସେହିପରି କଂଗ୍ରେସ ନିଜ ମୂଳଗଡ ଫେରାଇ ଆଣି ପୁଣି ଶାସନ ଭାର ହାତେଇ ନେବାକୁ ପ୍ରାଣପଣେ ଚେଷ୍ଠା କରିଛି । ଗତନିର୍ବାଚନ ରେ ଅଂଚଳ ର ଟାଲ ଟୁଲ ନୀତିଯୋଗୁଁ 6 ଟି ସିଟ ନେଇଥିବା ବେଳେ ଶାସନ ଭାର ହାତେଇ ନେଇଥିଲା ସତ କିନ୍ତୁ ବିଜେଡି ମଧ୍ୟ 6ଟି ଥିବାଯୋଗୁଁ ଶାସନ ଭାର ଦୁହିଁ ଙ୍କ ମଧ୍ୟରେ ରହିଥିଲା । ମୁକ୍ତ ଶାସନ ଚଳାଇବା ସମ୍ଭବ ହୋଇନଥିଲା । ଏଥର କିନ୍ତୁ କଂଗ୍ରେସ 12/0 ବିଜୟ ର ଲକ୍ଷ ରଖି ଅଂଚଳ ରେ ଲାଗି ରହିଥିବା ଅବ୍ୟବସ୍ଥା ଓ ଅନିୟମିତତା କୁ ଦୂର କରି ଅଞ୍ଚଳ ର ବିକାଶ ଦିଗରେ ଲାଗିି ବିଗତ ଦିନରେ ରୋକ ଲାଗିଥିବା କାର୍ଯ୍ୟକୁ ପୁରକରିବାର ସଂକଳ୍ପ ନେଇ ଶେଷ ତାରିଖ ରଣକ୍ଷେତ୍ର ରେ ପାଦ ଦେଇଥିବାର ଜାହିର କରିଥିଲା।

Watch Nomination Filled at Atabira NAC Election With HD Quality.

You may also like

News Video

Entertainment Video