ଗୋଲାମୁଣ୍ଡା ( ଚିତ୍ତ ରଞ୍ଜନ ବାଗ) : କଲହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକ ଅଧିନ ଫୁଣ୍ଡା ଗ୍ରାମରେ ଆଜି ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଏକ ପୋଖରୀର ନାଳକୁ ପଟା ଯାଇଛି। ଗ୍ରାମ ବାସୀଙ୍କ ବ୍ୟବହାର ନିମନ୍ତେ ଗ୍ରାମରେ ୫ ଟି ପୋଖରୀ ସରକାରୀ ଭାବେ ରହି ଅଛି।
ଏହି ପୋଖରୀ ଗୁଡିକ ଉପରେ ଗ୍ରାମବାସୀ ବ୍ୟବହାର ନିମିତ୍ତ ସମସ୍ତ କାର୍ଯ୍ୟ ପାଇଁ ନିର୍ଭର କରୁଥିଲେ।ଏହା ବ୍ୟତୀତ ୧୯୬୨ ମସିହା ଠାରୁ ୧୯୮୭ ମସିହା ପର୍ଯ୍ୟନ୍ତ ପଞ୍ଚାୟତ ମାଧ୍ୟମରେ ନିଲାମ କରି ସରକାରୀ ଫଣ୍ଡ କୁ ଅନେକ ଅର୍ଥ ମଧ୍ୟ ଜମା ହେଉଥିଲା।ସେହି ସମୟରେ ସ୍ଥାନୀୟ ଲୋକେ ପୋଖରୀ ଗୁଡିକରୁ ଜଳ ନିମନ୍ତେ ଉପଯୁକ୍ତ ସେବା ପାଇ ପାରୁ ଥିଲେ।ହେଲେ ସେହି ଗ୍ରାମର ଏକ ଗହନ୍ତିଆ ବୋଲାଉଥିବା ଭୋଇ ପରିବାର ରେ ସରପଞ୍ଚ ହେଲା ପରେ ଏହି 5ଟି ପୋଖରୀକୁ ନିଜ ପୈତୃକ ସମ୍ପତି ବୋଲି ଅବତିଆର କରି ଗ୍ରାମବାସୀଙ୍କୁ ହଇରାଣ କରୁଥିବା ଅଭି ଯୋଗ ହୋଇଛି।ପୋଖରୀ ହୁଡା ରେ ବଡ଼ ବଡ଼ନାଳ କରି ନିଜ ଜମି ଗୁଡିକରେ ଜଳ ଯୋଗାଇ ଚାଷ କରି ଥିବା ବେଳେ ଜଳ ଶେଷ ହୋଇ ଯାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁ ଛନ୍ତି।ଏଭଳି ସମସ୍ୟା ଦୀର୍ଘ ୧୭ ବର୍ଷରୁ ଅଧିକ ହେଲା ଭୋଗୁ ଥିବା ବେଳେ ଏଥି ନିମନ୍ତେ ପୂର୍ବରୁ ବ୍ଲକ ପ୍ରଶାସନ,ଉପଜିଲ୍ଲାପାଳ,ଜିଲ୍ଲା ପାଲ ତଥା ଆବଶ୍ୟକୀୟ ସମସ୍ତ ବିଭାଗକୁ ଲିଖିତ ଭାବେ ଜଣାଇ ଛନ୍ତି।ହେଲେ ଏଯାଏଁ ଗ୍ରାମବାସୀଙ୍କ ସମସ୍ୟା ଦୂର ହୋଇ ପାରି ନାହିଁ ।ଏ ନେଇ ଗ୍ରାମବାସୀ ଓ ଭୋଇ ପରିବାର ଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ କେଶ ମଧ୍ୟ ଚାଲିଛି ହେଲେ ବିବାଦ ତୁଟୁନି।ଦିନକୁ ଦିନ ଭୋଇ ପରିବାର ଉକ୍ତ ପୋଖରୀ କୁ ନିଜ ଆୟତ୍ତ କରି ମନ ମୁତାବକ ଜଳ ଶେଷ କରି ଦେଉଥିବାରୁ ଶତାଧିକ ମହିଳା ଓ ପୁରୁଷ ମିଶି ଖୋଲା ଯାଇଥିବା ନାଳକୁ ମାଟି ରେ ପୋତି ହୁଡା ତିଆରି କରିଛନ୍ତି।
Watch Villagers developed village pond # No help from Govt With HD Quality.
মানুহৰ জীৱনৰ ধৰ্ম আৰু কৰ্ম কিহৰ দ্বাৰা পৰিচালিত হয়?
Vlogs video | 3052 views
ভগৱান শ্ৰীকৃষ্ণৰ জীৱন দৰ্শনৰ পৰা আমি কি কি কথা শিকা উচিত?
Vlogs video | 3111 views
চুতীয়া শব্দৰ উৎপত্তি আৰু চুতীয়া সকলৰ ইতিহাস
Vlogs video | 2836 views
Neel Akash live music show 2024 Rongali Bihu || Asin Ayang mane ki? ||
Vlogs video | 3086 views