ଚଇତି ମହୋତ୍ସବ ୨୦୨୩ର ଚଇତି ମଞ୍ଚରେ ଚଇତି ଶ୍ରୀ ସମ୍ମାନ ସମ୍ମାନିତ କାଳୀ ଚରଣ || #rayagada #chaiti

131 views

କଳାରେ ନିପୁଣ ମୋ କାଳୀ ଚରଣ।

କଳାରେ ନିପୁଣ ମୋ କାଳୀ ଚରଣ ଏହିଭଳି ଯୁକ୍ତି ବାଢ଼ିଥିଲେ ମା ଶକୁନ୍ତଳା ରଥ। ଏହା ଭି ସତ୍ୟ ଯେ, ଦିନକୁ ଦିନ ମୋ ସାନ ପୁଅ କାଳୀ ଚରଣ ସରକାରି ଚାକିରି ରେ ବ୍ୟସ୍ତ ଥିଲେ ସୁଦ୍ଧା, ନିଜର କଳା ପ୍ରତି ଥିବା ପ୍ରବଳ ଆଗ୍ରହ ଓ ଉତ୍ସାହ ଆଜି ଚଇତି ମହୋତ୍ସବ ୨୦୨୩ର ଚଇତି ମଞ୍ଚରେ ଚଇତି ଶ୍ରୀ ସମ୍ମାନ ସମ୍ମାନିତ କରିଛନ୍ତି ମାନ୍ୟବର ଜିଲ୍ଲାପାଳ ସ୍ୱଦ୍ଧା ଦେବ ସିଂ।
କାଳୀ ରଥ ଙ୍କ ଏକ ମ୍ୟୁଜିକ୍ ଶିଖିବା ଶିକ୍ଷାନୁଷ୍ଠାନ ମଧ୍ୟ ଅଛି ଯେଉଁଠାରେ ପିଲାଙ୍କୁ, ଆଧୁନିକ ଓ ଭଜନ ଜଣାଣ ଗାଇବା ଶୈଳି ତାଲିମ ପ୍ରଦାନ କରିବା ସହ ତବଲା, କେଶିଓ ଏବଂ ଗୀଟାର ଓ ଓଡିଶି ଏବଂ ଆଧୁନିକ ନୃତ୍ୟ କଳା ର ପ୍ରଶିକ୍ଷଣ ଦିଆ ଯାଇଥାଏ। କାଳୀ ରଥ ଜଣେ ସରକାରୀ କର୍ମଚାରୀ ଥିଲେ ସୁଦ୍ଧା ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ମଞ୍ଚ ଉପରେ ଅଭିନୟ ହେଉ କିମ୍ୱା ନିଜ କଳା ପ୍ରଦର୍ଶନ କରିବା ସୁଜୋଗ ଦେଇଥାଏ ବୋଲି କହିଛନ୍ତି ଶ୍ରୀ ରଥ ଙ୍କ ବଡ଼ ଭାଇ ଗୋବିନ୍ଦ ରଥ।। ନିଜକୁ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରଖି ସୁଦ୍ଧା ସନ୍ଧ୍ୟା ବେଳକୁ ପିଲାଙ୍କୁ ଶିକ୍ଷା ଦେବା ପାଇଁ ବ୍ୟସ୍ତ ରହନ୍ତି କାଳୀ ରଥ। ଏପରିକି ଶ୍ରୀ ରଥ ଯେଉଁ ସ୍ଥାନକୁ ବଦଳି ହୋଇ ଯାଆନ୍ତି ସେଠାରେ ମଧ୍ୟ କିଛି ଗରିବ ପିଲାଙ୍କୁ କଳା ପ୍ରଦର୍ଶନର ଶିକ୍ଷା ଦେବା ସହ ନିଜ ପକେଟ୍ ଖର୍ଚ୍ଚ ରୁ ସେମାନଙ୍କୁ ଯିବା ଆସିବା ଖର୍ଚ୍ଚ ଦେଇ ମଞ୍ଚ ଉପରେ ନିଜର କଳା ପ୍ରଦର୍ଶନ କରିବା ପାଇଁ ସୁଜୋଗ ଦେଇଥାନ୍ତୀ ବୋଲି କହିଛନ୍ତି କିଛି ଛାତ୍ର ଛାତ୍ରୀ।
ଖାଲି ଯେ ସରକାରୀ ଚାକିରିରେ ସେ ଅତ୍ୟନ୍ତ ସନ୍ତୁଷ୍ଟ । ଶିକ୍ଷାଗତ ଯୋଗ୍ୟତା ଦ୍ଵାରା ଚାକିରି ତ କରୁଛନ୍ତି କିନ୍ତୁ , କଳା ପ୍ରତି ଥିବା ପ୍ରବଳ ଆଗ୍ରହ ଉତ୍ସାହ ଓ କଳା ପ୍ରେମୀ ମାନଙ୍କ ଭଲ ପାଇବା ଓ ସମ୍ମାନ ତାଙ୍କୁ ନୁଆ ରୂପ ରେଖା ପ୍ରଦାନ କରୁଛି ବୋଲି କହିଛନ୍ତି ଧର୍ମ ପତ୍ନୀ ଇମାନି ରଥ। ଅନେକ ଗୁଡ଼ିଏ ଟେଲିଭିଜନ କାର୍ଯ୍ୟକ୍ରମ ଗୁଡ଼ିକରେ ମୋ ସାନ ଭାଇ ଅଭିନୟ କରିଛି, ବୋବାଲ ପଲଟିକ୍ସ, ପଡ଼ିଗଲି ତୋ ପ୍ରେମରେ ଚଳଚିତ୍ର ଏବଂ ଟୁଟାଲ ବାଳୁଙ୍ଗା ଏହିଭଳି ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିବା ସହ ନିଜର ୟୁ ଟିୟୁବ ଚ୍ୟାନେଲ ରେ ମଧ୍ୟ ନାନା ପ୍ରକାର କାର୍ଯ୍ୟକ୍ରମ ଗୁଡ଼ିକ ପରିବେଷଣ କରି ରାୟଗଡ଼ ଜିଲ୍ଲାରେ ପ୍ରଶଂସା ର ପାତ୍ର ହୋଇଛନ୍ତି କାଳୀ ରଥ ବୋଲି କହିଛନ୍ତି ରାଜଧାନୀ ଭୁବନେଶ୍ବରରେ ଥିବା ଭଉଣୀ ଜିତେନ୍ଦ୍ରି ରଥ।

Our Odia Language Youtube News Channel : https://www.youtube.com/channel/UCGupBAPGiPnSJ4tl6DeonfA
'Odisha News24': Your Trusted Source for Timely Updates!

Welcome to Odisha News24, your one-stop destination for comprehensive and up-to-the-minute news coverage from around the world. We are committed to delivering ac.

You may also like

Vlogs Video

Commedy Video